ନିର୍ବାଚନ ପୁର୍ବରୁ ସବୁ ବର୍ଗଙ୍କୁ ଖୁସି କରିବା ବଜେଟ୍ ଆଣିଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ବ୍ୟୟ ବରାଦ
ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ଶେଷ ପୁର୍ଣ୍ଣାଙ୍ଗ ବଜେଟ୍ । ଏଥିରେ ରାଜ୍ୟ ସରକାର ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ।
ବିଶେଷ କରି ବଜେଟ୍ରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଇ ସରକାର ୨,୫୫୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।
ମିଶନ ଶକ୍ତି ମହିଳା ମାନଙ୍କୁ ରାଜ୍ୟ ସରକାର ସ୍କୁଟି ଦେବା ପାଇଁ ୫୦ କୋଟି ଟଙ୍କାର ବ୍ୟବରାଦ କରାଯାଇଛି ।
କୃଷି ପାଇଁ ୨୪,୮୨୯ କୋଟି,
ମିଲେଟ୍ ମିଶନ ପାଇଁ ୪୯୭ କୋଟି ବ୍ୟୟ ଅଟକଳ କରାଯାଇଛି ।
୨୦୧୯ ବିଧାନସଭା ନିର୍ବାଚନ ପୁର୍ବରୁ ରାଜ୍ୟ ସରକାରଙ୍କ ପାଇଁ ଟ୍ରମ୍ପକାର୍ଡ ସାଜିଥିବା କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଉକ୍ତ ସହାୟତାକୁ ଚାଲୁ ରଖିବା ନିମନ୍ତେ ୧ ହଜାର ୮ ଶହ ୭୪ କୋଟିଟଙ୍କାର ବ୍ୟୟ ବରାଦ ରହିଛି ।
ସେହିପରି ସ୍ୱାସ୍ଥ୍ୟ ପାଇଁ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ଗତବର୍ଷଠାରୁ ୨୭ ପ୍ରତିଶତ ବୃଦ୍ଧି ପାଇଛି ।
ସେହିପରି ପାଇପ ଜଜଳ ଯୋଗାଣ ପାଇଁ ୧୩ ହଜାର ୨୧୫ କୋଟି ଟଙ୍କା, ଯାହା ଗଲାବର୍ଷଠାରୁ ୫୮ ପ୍ରତିଶତ ବୃଦ୍ଧି ପାଇଛି ।
ଶିକ୍ଷା ବିଭାଗକୁ ମଧ୍ୟ ଗଲାବର୍ଷଠାରୁ ୩୦ ପ୍ରତିଶତ ଅଧିକ ୩୯ ହଜାର ୩୦ କୋଟି ଟଙ୍କାର ପାଣ୍ଠି ମିଳିଛି ।
ପର୍ଯ୍ୟଟନ ବିଭାଗକୁ ୧୫ ପ୍ରତିଶତ ବୃଦ୍ଧି ସହିତ ୬୮୦ କୋଟି ।
ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଖେଳ ଏବଂ ଉନ୍ନୟତନ ବୁିଭାଗକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି, ୩୪ ପ୍ରତିଶତ ବୃଦ୍ଧି ସହିତ ବିଭାଗକୁ ୧,୨୧୭ କୋଟି ମିଳିଛି ।
ରାଜ୍ୟରେ ସଡ଼କ, ବ୍ରିଜ, ଏୟାରପୋର୍ଟ ଏବଂ ରେଳପଥ ପାଇଁ ୧୯ ହଜାର ୪୫୨ କୋଟି ଟଙ୍କାର ବଜେଟ୍ ରହିଛି, ଯାହା ଗତବର୍ଷଠାରୁ ୩୪ ପ୍ରତିଶତ ବୃଦ୍ଧି ପାଇଛି ।
ତେବେ ସହର ଏବଂ ନଗର ଉନ୍ନୟନ ବିଭାଗ ପାଇଁ ମାତ୍ର ୯ ପ୍ରତିଶତ ବୃଦ୍ଧି ପାଇବବା ସହିତ ୭,୯୧୪ କୋଟିର ବଜେଟ୍ ରହିଛି ।
ରାଜ୍ୟରେ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ବଜେଟ୍ ମାତ୍ର ୧,୩୫୮ କୋଟି ଟଙ୍କା ରହିଛି । ଯାହା ଗଲାବର୍ଷଠାରୁ ୭ପ୍ରତିଶତ ବୃଦ୍ଧି ପାଇଛି ।
ବିପର୍ଯ୍ୟୟ ପ୍ରଶମନ ପାଇଁ ୩୭୬୪ କୋଟି
ଶକ୍ତିବିଭାଗ ପାଇଁ ୫୯୫୩ କୋଟି ଟଙ୍କା
ଗୃହ ବିଭାଗ ପାଇଁ ୭ହଜାର ୩୧୩ କୋଟି
ମହିଳା ଓ ଶିଶୁ ବିକାଶ ପାଇଁ ୩୬୭୦ କୋଟି ବ୍ୟୟ ବରାଦ ହୋଇଛି ।
ରାଜ୍ୟରେ ଟେକ୍ କ୍ଷେତ୍ର ଆଗକୁ ବଢୁଥିବା ବେଳେ ଏଥିପାଇଁ ମାତ୍ର ୩୫୬ କୋଟି ଟଙ୍କାର ବଜେଟ୍ ରହିଛି । ଯାହା ଗତବର୍ଷଠାରୁ ୧୮ ପ୍ରତିଶତ ଅଧିକ ।
ସେହିପରି ବୟନଶିଳ୍ପ ବିଭାଗ ପାଇଁ ୨୧୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ସେହିଭଳି ଅଭ୍ୟନ୍ତରୀଣ ସୁରକ୍ଷା ଏବଂ ଆଇନ୍ ବିଭାଗ ପାଇଁ ୮ ହଜାର ୧୩୦ କୋଟି
ଏବଂ ମୁନିସିପାଲିଟି ଏବଂ ପଞ୍ଚାୟତ ଗୁଡ଼ିକ ପାଇଁ ୭,୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର ।
ଏହାବାଦ୍ ରାଜ୍ୟ ସରକାର ବଜେଟ୍ରେ ୨୦ଟି ନୂଆ ଯୋଜନା ପାଇଁ ମଧ୍ୟ ବ୍ୟୟ ବରାଦ କରିଛନ୍ତି ।


0 Comments